ଅଲୌକିକ ଘଟଣା ! ସ୍ୱପ୍ନାଦେଶ ଦେଲେ ମହାପ୍ରଭୁ, ଦିବ୍ୟାଙ୍ଗ ବାଳକ ଗଢ଼ିଲେ ବିଗ୍ରହ ଓ ରଥ

ଆର ବର୍ଷ ଭଳି ଏହି ବର୍ଷ ବି କେବଳ ପୁରୀରେ ରଥ ଚାଲିବ ବୋଲି ସରକାର ଘୋଷଣା କରିଛନ୍ତି । ଏମିତିରେ କେବଳ ପୁରୀର ବଡଦାଣ୍ଡରେ ହିଁ ପଣ୍ଡାମାନଙ୍କ ଦ୍ଵାରା ରଥ ଚାଲିବ । ଗତ ବର୍ଷ ବି କୋଭିଡ କାରଣରୁ ସରକାର ଏହିଭଳି ପଦକ୍ଷେପ ଗ୍ରହଣ କରିଥିଲେ ଓ ଏହି ବର୍ଷ ବି ଏହିଭଳି କିଛି ହେବାକୁ ଯାଉଛି ।

ଏଥର ବି ଗତ ବର୍ଷ ଭଳି କୌଣସି ଶ୍ରଦ୍ଧାଳୁଙ୍କ ବିନା ମହାପ୍ରଭୁଙ୍କ ରଥ ଗଡିବ । ଯଦି ରଥ ନିର୍ମାଣ କଥା କହିବା ତେବେ ରଥ ନିର୍ମାଣ କାର୍ଯ୍ୟ ବି ପାଖାପାଖି ଶେଷ ହୋଇ ଯାଇଛି । କିନ୍ତୁ ଏହା ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଅଦ୍ଭୁତ ଲୀଳା ଦେଖିବାକୁ ମିଳିଛି । ସେ ଜଣେ ଦିବ୍ୟାଙ୍ଗ ଯୁବକକୁ ସ୍ଵପ୍ନାଦେଶ ଦେଇଛନ୍ତି କି ସେ ତାହାରି ହାତରେ ତିଆରି ରଥରେ ବସିବେ ଓ ବୁଲିବେ । ଏହା ପରେ ଯୁବକ ଜଣକ ବି ପ୍ରଭୁଙ୍କୁ ରଥ ନିର୍ମାଣ କରି ସେଥିରେ ବିରଜାମାନ କରି ରଥ କରି ଦେଇଛି ।

ନୀଳିଗିର ବ୍ଲକର ଅଁଳାପାଲ ଗାଁର ଦିବ୍ୟାଙ୍ଗ ଯୁବକ ସାଗାର ପଢିଆଙ୍କୁ ପ୍ରଭୁଙ୍କ ଏହି ସ୍ଵପ୍ନାଦେଶ ହୋଇଛି । ସାଗର ଜଣେ ଦିବ୍ୟାଙ୍ଗ ଯୁବକ ଅଟନ୍ତି ଏହା ସତ୍ବେ ସେ ନିଜେ ହିଁ ଏହି ରଥ ନିର୍ମାଣ କରିଛନ୍ତି । ଏହି ରଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୁରୀ ରଥ ସହ ପୂରାପୂରି ସମାନ । ସେହି ରଙ୍ଗ ସେହିଭଳି ଡିଜାଇନ ସବୁ ସମାନ ଅଟେ । ଯୁବକ ଜଣକ ନିଜ ହାତରେ କାଠ କାଟି ସୋଲ ଓ ରଙ୍ଗ ସାହାର୍ଯ୍ୟରେ ଏହି ରଥକୁ ନିର୍ମାଣ କରିଛନ୍ତି ।

ଏତିକି ନୁହେଁ ପୁଅର ଏହି କୁନି ରଥକୁ ପୁଅର ମା ସବୁଦିନ ଝୁଣା ଓ ଦୀପ ବି ଦେଉଛନ୍ତି । କହିଦେଉଛୁ କି ସ୍ନାନ ପୁର୍ଣିମା ଦିନ ଯୁବକଙ୍କ ଘରେ ଏକ ନିମ୍ବ ଗଛର ଡାଳ କଟାଯାଇଥିଲା । ଏହା ପରେ ଅଚାନକ ଯୁବକର ମନକୁ ଆସିଲା କି ସେ ଏହି କାଠ ଦ୍ଵାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଗଢିବ । ଦେଖୁ ଦେଖୁ ସେ ସେହି କାଠରେ ପ୍ରଭୁ ଜଗନ୍ନାଥଙ୍କୁ ଗଢି ବି ଦେଲା ।

ଏହା ପରେ ସେହି ଦିନ ରାତିରେ ସେ ସ୍ଵପ୍ନ ଦେଖିଲେ କି ସେ ରଥ ତିଆରି କରି ରଥ ଟାଣୁଛନ୍ତି ଓ ଏହା ଦେଖି ଜଗନ୍ନାଥ ବି ଖୁସି ହୋଇଛନ୍ତି । ଏମିତିରେ ଯୁବକ ଜଣକ ଏହାକୁ ଶ୍ରୀ ଜଗନ୍ନାଥଙ୍କ ସ୍ଵପ୍ନାଦେଶ ରୂପରେ ଗ୍ରହଣ କରି ସେହି ଦିନ ଠାରୁ ରଥ ନିର୍ମାଣ କାର୍ଯ୍ୟରେ ଲାଗି ଗଲେ । ଏହା ପରେ ରଥ ତିଆରି କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସେଥିରେ ବିରଜାମାନ ବି କରିଦେଲେ ।

ଯୁବକ ଜଣକ ଜଗନ୍ନାଥ, ବଲଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପ୍ରଭୁଙ୍କୁ ନିର୍ମାଣ କରିବା ସହିତ ରଥ ମଧ୍ୟ ନିର୍ମାଣ କରିଦେଲେ ଓ ସେଥିରେ ତିନି ଠାକୁରଙ୍କୁ ବିରଜାମାନ ବି କରିଲେ । ପୁଅର ଏହିଭଳି କାମରେ ମା ଓ ଜେଜେମା ବହୁତ ଖୁସି ଅଛନ୍ତି । କହିଦେଉଛୁ କି ଦିବ୍ୟାଙ୍ଗ ହେବା ସତ୍ବେ ବି ସେ ନିଜେ ଏହି ରଥକୁ ପ୍ରସ୍ତୁତ କରିଛନ୍ତି ଓ କାହାର ବି ସାହାର୍ଯ୍ୟ ନେଇ ନାହାନ୍ତି ।

Leave a Reply

Your email address will not be published. Required fields are marked *