ସ୍ଵପ୍ନକୁ ସାକାର କରିବା ପାଇଁ 6 ଟି ସୂତ୍ର, ଦେଖନ୍ତୁ କଣ କହୁଛନ୍ତି ଆଚାର୍ଯ୍ୟ Arun

ବନ୍ଧୁଗଣ ମଣିଷ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିଥାଏ । ତେବେ ସଫଳତା ପାଇବା ପାଇଁ ମଣିଷ କୁ ନିଜର ଲକ୍ଷ୍ୟ ସ୍ଥିର କରିବା ଉଚିତ । ତା ହେଲେ ମଣିଷ ଜୀବନରେ ଉନ୍ନତି କରିପାରିବ । ତେବେ ସ୍ଵପ୍ନ ବା ଲକ୍ଷ୍ୟ କୁ ସାକାର କରିବାକୁ ହେଲେ ମଣିଷ କୁ ୬ଟି ସୂତ୍ର ର ଅବଲମ୍ବନ କରିବାକୁ ହେବ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ପଥ : ପଥ ଯାହାକୁ ମଣିଷ ଜୀବନରେ ବାଛିବାକୁ ପଡିବ । ଲକ୍ଷ୍ୟ ବହୁତ ଦୂରରେ ରକ୍ଷା କିନ୍ତୁ ପ୍ରଥମେ ପଥ ସ୍ଥିର କରିବା ଉଚିତ । କେଉଁ ରାସ୍ତା ରେ ଚାଲିବାର ଅଛି କିମ୍ବା କେଉଁ ରାସ୍ତାରେ ଗଲେ ସ୍ଵପ୍ନ କୁ ସାକାର କରି ହେବ ।

୨- ପରିଶ୍ରମ : କର୍ମ ହିଁ ଭଗବାନ । ବିନା ପରିଶ୍ରମରେ କେହି କେବେ ସଫଳତାର ଶୀର୍ଷ ରେ ପହଞ୍ଚି ପାରେ ନାହି । ପଥ ପାଇବାକୁ ହେଲେ ମଣିଷ କୁ ଦିନ ରାତି ପରିଶ୍ରମ କରିବାକୁ ପଡିବ । ତା ହେଲେ ଯାଇ ମଣିଷ ନିଜର ସ୍ଵପ୍ନ ସାକାର କରି ପାରିବ ।

୩- ପାରିଦାପଣିଆ : ମଣିଷ ନିଜର ପାରିଦାପଣିଆ କୁ ଜାଗୃତ କରିବାକୁ ହେବ ଯଦି ସେ ନିଜର ସ୍ଵପ୍ନ କୁ ସାକାର କରିବାକୁ ଚାହୁଁଛି ତ । ନିଜ ଭିତରେ ଆତ୍ମବିଶ୍ଵାସ କୁ ଜାଗୃତ କରିବାକୁ ହେବ । ଯଦି ସମସ୍ତେ ସବୁ କିଛି କରି ପାରୁଛନ୍ତି ତେବେ ମୁଁ ବି ମୋ ଜୀବନରେ ନିଶ୍ଚୟ ସଫଳତା ପାଇ ପାରିବି । ଏଭଳି କିଛି ମନରେ ଭାବନା ଆସିବା ଦରକାର ।

୪- ପଛ ଘୁଞ୍ଚା ଦେବା ନାହିଁ : ବୀର ତାହାକୁ କୁହନ୍ତି ଯିଏ ତା ଜୀବନରେ କେବେ ପଛ ଘୁଞ୍ଚା ଦିଏ ନାହିଁ । ମଣିଷ ନିଜ ଜୀବନରେ ଯେ କୌଣସି ସ୍ଥିତି ବା ବିପଦ ଆସୁ ନା କାହିଁକି କେବେ ବି ପଛ ଘୁଞ୍ଚା ଦେବା ଉଚିତ ନୁହେଁ । ମଣିଷ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବା ପହଞ୍ଚିବା ଯାଏଁ କେବେ ବି ପଛ ଘୁଞ୍ଚା ଦେବା ଉଚିତ ନୁହେଁ । ଯେତେ ଦିନ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିଛ ସେତେ ଦିନ ଯାଏଁ ଲକ୍ଷ୍ୟ ରୁ ଓହରିବା ଉଚିତ ନୁହେଁ ।

୫- ପାଗଳପାଣ : ସ୍ଵାମୀ ବିବେକାନନ୍ଦ କହିଛନ୍ତି କି ମଣିଷ ଜୀବନରେ ସଫଳତା ପାଇବାକୁ ହେଲେ ନିଜ ଠାରେ ପାଗଳାମି ଭାବ ରଖିବାକୁ ହେବ । ଯଦି ସ୍ଵପ୍ନ କୁ ସାକାର କରିବାର ଅଛି ତେବେ ନିଜ ଭିତରେ ପାଗଳାମି ଜାଗୃତ କରିବାକୁ ହେବ । ଏହା ଦ୍ଵାରା ସ୍ଵପ୍ନ ସାକାର ହେବାର ରାସ୍ତା ବାହାରିବ ।

୬- ପରୋପକାର : ପୂଣ୍ୟ ହେଉଛି ପରୋପକାର । ଏହି ପରୋପକାର ବିନା ଲକ୍ଷ୍ୟ ରେ କିଛି ମହତ୍ଵ ନାହିଁ । ଯଦି ମଣିଷ ସଫଳତା ପାଇବାରେ ପରୋପକାର କାମରେ ଲାଗୁ ନାହିଁ ତେବେ ଜୀବନ ମୂଲ୍ୟହୀନ ହୋଇଥାଏ । ଜଗତର କଲ୍ୟାଣ ପାଇଁ କାମ କରିବାକୁ ହେବ । ପରୋପକାର ମଣିଷ ଭିତରେ ଥିବା ନେଗେଟିଭ କୁ ବାହାର କରିବ ଏବଂ ପଜେଟିଭ କୁ ସଂଚାର କରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *