Ollywood ଅଭିନେତା Swaraj ଙ୍କ ମହାନତା, କୋଳେଇ ନେଲେ ଦୁଇ ଅନାଥଙ୍କୁ, କହିଲେ କିଛି ଏମିତି କି ଆଖିରେ ଆସିଯିବ ଲୁହ

ଓଲିଉଡ ସିନେମା ଜଗତର ଅଭିନେତା ସ୍ଵରାଜଙ୍କୁ ତ ଆପଣ ସମସ୍ତେ ନିଶ୍ଚିତ ରୂପରେ ଚିହ୍ନିଥିବେ । ସ୍ଵରାଜ ପିଲାଦିନୁ ହିଁ ଶିଶୁ କଳାକାର ରୂପରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ପିଲାଦିନୁ ହିଁ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ । ସେ ବହୁତ ଓଡିଆ ଫିଲ୍ମରେ ଶିଶୁ କଳାକାର ରୂପରେ ନଜର ମଧ୍ୟ ଆସିଛନ୍ତି ଓ ବର୍ତ୍ତମାନ ସେ ବଡ ପରଦାରେ ମୁଖ୍ୟ ଅଭିନେତା

ରୂପରେ ନଜର ଆସୁଛନ୍ତି । ଏବେ ବି ଦର୍ଶକମାନେ ତାଙ୍କୁ ପୂର୍ବ ଭଳି ଭଲ ପାଇବା ଦେଉଛନ୍ତି । ସ୍ଵରାଜ ବର୍ତ୍ତମାନ ଓଲିଉଡ ସିନେମା ଇଣ୍ଡଷ୍ଟ୍ରିରେ ଯୁବ ଅଭିନେତାଙ୍କ ଲିସ୍ଟରେ ଆଗରେ ଅଛନ୍ତି । କିନ୍ତୁ ଏହା ମଧ୍ୟରେ ସ୍ଵରାଜ ଏମିତି କିଛି କାମ କରିଦେଇଛନ୍ତି କି ଆଜି ପୁରା ଓଡିଶା ତାଙ୍କ ଉପରେ ଗର୍ବ ଅନୁଭବ କରୁଛି ।

ବାପା ମାଙ୍କୁ କରୋନାରେ ହରାଇଥିବା କ୍ରିଷ୍ଣା ଓ ତାହାର ୩ ମାସର ଭାଇକୁ ସ୍ଵରାଜ ଅପଣାଇ ନେଇଛନ୍ତି । ସେ ତାଙ୍କର ସମସ୍ତ ଦାୟିତ୍ଵ ନେବା ପାଇଁ ନିଷ୍ପତି ନେଇଛନ୍ତି । ସେ ତାଙ୍କର ପାଠ ପଢା ଠାରୁ ନେଇ ସମସ୍ତ ପ୍ରକାରର ସୁବିଧା ଅସୁବିଧାରେ ପାଖରେ ଛିଡା ହେବେ ବୋଲି ଏକ ଭିଡିଓ ମାଧ୍ୟମରେ କହିଛନ୍ତି । କିଛି ଦିନ ତଳେ କ୍ରିଷ୍ଣା ଓ ତାହାର ୩ ମାସର ସାନ ଭାଇ ବିଷୟରେ ଆମେ ଆପଣଙ୍କୁ କହିଥିଲୁ । ବାପା ମା ଙ୍କୁ କୋଭିଡରେ ହରାଇବା ପରେ କ୍ରିଷ୍ଣା ନିଜର ସାନ ଭାଇର ଦାୟିତ୍ଵ ନିଜେ ନେବ ବୋଲି ମିଡିଆ ସାମ୍ନାରେ କହିଥିଲା ।

ବହୁତ ନ୍ୟୁଜ ଚ୍ୟାନେଲରେ ଏହି ଖବର ପ୍ରସାରିତ ହେବା ସତ୍ବେ ବି କ୍ରିଷ୍ଣା ଓ ତାହାର ଭାଇକୁ କୌଣସି ବି ପ୍ରକାରର ସାହାର୍ଯ୍ୟ ମିଳି ନ ଥିଲା । କିନ୍ତୁ ଏହା ମଧ୍ୟରେ ଓଲିଉଡ ଅଭିନେତା ସ୍ଵରାଜ ଆଗାକୁ ଆସି ଏମାନଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ଓ ଏମାନଙ୍କର ସମସ୍ତ ଦାୟିତ୍ଵ ନେବା ପାଇଁ ସେ ନିଷ୍ପତି ନେଇଛନ୍ତି । ସ୍ଵରାଜ ନିଜର ଏକ ଭିଡିଓ ମାଧ୍ୟମରେ କ୍ରିଷ୍ଣା ଓ ତାହାର ସାନ ଭାଇର ଦାୟିତ୍ଵ ନେବେ ବୋଲି ସମସ୍ତଙ୍କୁ କହିଛନ୍ତି ।

ସ୍ଵରାଜ କହିଛନ୍ତି ଭୋଗରାଇର କ୍ରିଷ୍ଣା ଓ ତାହାର ୩ ମାସ ଭାଇ ନିଜର ବାପା ଓ ମା ଙ୍କୁ ହରାଇଛି । ତଥାପି ସେ ହାରି ନ ଯାଇ ନିଜ ଭାଇର ଦାୟିତ୍ଵ ନିଜେ ନେବ ବୋଲି ସମସ୍ତଙ୍କୁ କହିଥିଲା । ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କାମନା କରୁଛି କି ପ୍ରଭୁ ତାକୁ ଶକ୍ତି ଦିଅନ୍ତୁ ଓ ସେ ଏହିଭଳି ହିଁ ନିଜର ଓ ନିଜର ସାନ ଭାଇର ଯତ୍ନ ନେଉ । କରୋନା ସିନା ତାହାର ବାପା ମା ଙ୍କୁ ଛଡାଇ ନେଲା । କିନ୍ତୁ ତାହାର ଆଶା ଓ ଆକାଂକ୍ଷାକୁ ଛଡାଇ ନେଇ ପାରି ନାହିଁ ।

ତାହାର ସାନ ଭାଇ ପ୍ରତି ଥିବା ତାହାର ଦାୟିତ୍ଵକୁ ମାତ୍ର ୭ ବର୍ଷର ହୋଇ ମଧ୍ୟ ସେ ନିଜେ ଜାଣି ପାରିଛି ଓ ତାକୁ ନିଭାଇବାକୁ ଚେଷ୍ଟା କରିଛି । ମୁଁ ପ୍ରତିଶ୍ରୁତି ଦେଉଛି ସେମାନେ ଆଜିଠୁ ମୋର ନିଜର । ମୁଁ ତାଙ୍କର ସମସ୍ତ ସୁବିଧା ଓ ଅସୁବିଧାରେ ତାଙ୍କ ନିକଟରେ ଛିଡା ହେବି । ଭୋଗରାଇ ଗଲେ ମୁଁ ନିଶ୍ଚିତ ତାଙ୍କ ସହିତ ଦେଖା କରିବି ।

Leave a Reply

Your email address will not be published. Required fields are marked *