ଟଙ୍କା ବର୍ଷା କରୁଥିବା ଫୁଲ, କରନ୍ତୁ ଏହି ଉପାୟ- Vastu Tips

ସମସ୍ତ ପ୍ରକାର ଗଛ ଲତା ମନୁଷ୍ୟର କଲ୍ୟାଣ ପାଇଁ ହୋଇଥାଏ । ପରିବେଶ ସନ୍ତୁଳନ ରଖିବା ପାଇଁ ବୃକ୍ଷ ଲତାର ବିସେଶ ମହତ୍ଵ ରହିଛି । ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ଆୟୁର୍ବେଦରେ ସମସ୍ତଙ୍କ ଗଛ ଲତାର ଉଲେଖ ରହିଛି ।

ଗଛର ଛାଲି, ଚେର, , ପତ୍ର, ଫୁଲ ଫଳ ମଧ୍ୟ ଗୃହ ବା କାରଖାନାର ବାସ୍ତୁଦୋଷ ଦୂର କରିବା ପାଇଁ ଅନେକ ବୃକ୍ଷର ବର୍ଣନା କରାଯାଇଛି । ଏଥି ମଧ୍ୟରୁ ଶ୍ଵେତ ଅରଖ ଗଛ ସମ୍ପୂର୍ଣ ଉତ୍କୃଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ଏହି ଶ୍ଵେତ ଅରଖ ଗଛ ବିଷୟରେ । ବାସ୍ତୁ ଶାସ୍ତ୍ରରେ କଣ ସବୁ ବର୍ଣିତ ରହିଛି ।

ସାଧାରଣତ ଗଣେଶ ପୂଜା ଆସିଲେ ଆମେମାନେ ବିଶାଳ ବିଶାଳ ମୂର୍ତି ବନାଇ ପ୍ରାଣ ପ୍ରତିଷ୍ଠା କରି ଗଣେଶଙ୍କର ପୂଜା କରିଥାଉ । ଏବଂ ଗୃହ ପ୍ରବେଶ, ଦୋକାନ, ଅଫିସ ଏବଂ କାରଖାନା ଇତ୍ୟାଦି ଶୁଭରମ୍ଭ କରିବା ପୂର୍ବରୁ ଗଣେଶଙ୍କ ମାଟି, ପଥର , ସୁନା ଏବଂ ଅଷ୍ଟ ଧାତୁର ମୂର୍ତି ଆଣି ପୂଜା କରିଥାଉ । କଣ ଆପଣ ଜାଣନ୍ତି ଏମିତି ଏକ ଦିବ୍ୟ ବୃକ୍ଷ ଅଛି ଯେଉଁ ବୃକ୍ଷରେ ସାକ୍ଷାତ ଗଣେଶ ବାସ କରିଥାନ୍ତି । ସେହି ବୃକ୍ଷର ନାମ ହେଉଛି ଶ୍ଵେତ ଅରଖ । ଏହି ଅରଖ ଗଛ ପ୍ରାୟ ଦୁଇପ୍ରକାର ହୋଇଥାଏ । ଗୋଟିଏ ହେଉଛି ବାଇଗେନୀ ରଙ୍ଗର ଓ ଅନ୍ୟଟି ହେଉଛି ଧଳା ରଙ୍ଗର ଆରଖ ଫୁଲ୍ ।

ଏହି ଧଳା ରଙ୍ଗର ଅରଖ ଗଛର ସ୍ବୟଂ ଗଣେଶ ବାସ କରୁଥାନ୍ତି । ଏଣୁ ଅରଖ ଗଛ ପୂଜା କରିବା ଅର୍ଥାତ ଗଣେଶଙ୍କୁ ପୂଜା କରିବା ସହିତ ସମାନ ଅଟେ । ଏହି ଅରଖଗଛର ଫୁଲ ସିବ, ଏବଂ ଦେବୀ ଓ ଗଣେଶ, ସୂର୍ଯ୍ୟ ମଧ୍ୟ ମଧ୍ୟ ପ୍ରିୟ ହୋଇଥାଏ । ଶାସ୍ତ୍ର ଅନୁସାରେରେ ଏହି ଶ୍ଵେତ ଅରଖଗଛକୁ ଯଦି ମାଟିରେ ପୋତି ଏହାର ମୂଳରେ କ୍ଷୀର ଓ ପାଣି ଢାଳି ୧୧ ବର୍ଷପର୍ଯ୍ୟନ୍ତ ପୂଜା କରାଯାଇଥାଏ ।

ତେବେ ଏହି ଅରଖଗଛର ଚେରରେ ଠିକ ଶ୍ରୀ ଗଣେଶଙ୍କର ରୂପ ନେଇଥାଏ । ଯାହାକୁ କି ଲୋକମାନେ ଘରେ ବା ମନ୍ଦିରରେ ସ୍ଥାପନ କରିଥାନ୍ତି । ଭଗବାନ ଗଣେଶଙ୍କର ଅସ୍ତିତ୍ଵ ଏହି ଅରଖ ଗଛରେ ଥାଏ । ଏହି ଗଛକୁ ଯଦି ଘର, ଅଫିସ, ଦୋକାନ, କାରଖାନା ଇତ୍ୟାଦିରେ ଲଗାଇ ପୂଜା କଲେ ସମସ୍ତ ପ୍ରକାର ଦୁଃଖ କଷ୍ଟ ଦୂର ହୋଇଥାଏ । ମନୁଷ୍ୟକୁ ଧନ ସମ୍ପତି ପ୍ରାପ୍ତ ହୋଇଥାଏ । ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନ ହରତା, ଘରେ ସମସ୍ତ ପ୍ରକାର ବିଘ୍ନ ଦୂର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *