ଏଣିକି ଟିକେଟ ନକାଟି କରିପାରିବେ ରେଳଯାତ୍ରା, ଜାଣି ନିଅନ୍ତୁ ରେଲୱେର ନୂଆ ନିୟମ

ଆମ ଭାରତରେ ପ୍ରାୟତଃ ଲୋକମାନେ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନରେ ଯିବାକୁ ପସନ୍ଦ କରିଥାନ୍ତି । ଏମିତିରେ ପ୍ରାୟତଃ ଟ୍ରେନ ଗୁଡିକ ଭିଡ ରହିଥାଏ ଓ ବେଳେ ବେଳେ ଟ୍ରେନର ଟିକେଟ ବି ମିଳେ ନାହିଁ । ଅନ୍ୟ ପଟେ କେତେକ ଲୋକମାନେ ଟ୍ରେନରେ ବିନା ଟିକେଟ କରି ଟ୍ରେନରେ ଯାତ୍ରା କରିଥାନ୍ତି ଓ ଯଦି ସେମାନେ ଟିଟିଆଇ ହାତରେ ଧରା ପଡନ୍ତି ତେବେ ତାଙ୍କୁ ଜୋରିମାନା ବି ଦେବାକୁ ଅପଡିଥାଏ । କିନ୍ତୁ ଏବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ରେଲୱେ ଏକ ବଡ ଖବର ନେଇ ଆସିଛି ।

ଆପଣ ଟିକେଟ ନ କାଟି ବି ଟ୍ରେନରେ ଯାଇ ପାରିବେ । ଟ୍ରେନ ଯାତ୍ରୀଙ୍କ ପାଇଁ ଏହା କୌଣସି ବଡ ଖୁସି ଖବର ଠାରୁ କମ ନୁହେଁ । ଆପଣ ଯଦି ଟିକେଟ କାଟି ନାହାନ୍ତି ତଥାପି ଆପଣ ଟ୍ରେନରେ ଯାଇ ପାରିବେ । ଯଦି ଆପଣ ଟ୍ରେନରେ ଯିବା ପାଇଁ ସିଟ ରିଜର୍ଭ କରି ନାହାନ୍ତି ଓ ଟିକେଟ କାଟି ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ।

ତେବେ ଆଉ ଚିନ୍ତା କରନ୍ତୁ ନାହିଁ ଆପଣ ବିନା କୌଣସି ଅସୁବିଧାରେ ବି ଟ୍ରେନରେ ଯାତ୍ରା କରି ପାରିବେ । ଭାରତୀୟ ରେଳ ବିଭାଗ କିଛି ନୂଆ ନିୟମ ଆଣିଛି । ଆପଣଙ୍କ ପାଖରେ ଯଦି ରିଜରବେସନ ଟିକେଟ ନାହିଁ ତେବେ ଆପଣ ପ୍ଲ୍ଯାଟଫର୍ମର ଟିକେଟ ନେଇ ଯାତ୍ରା କରି ପାରିବେ ।

କିନ୍ତୁ ଟ୍ରେନରେ ଚଢିବା ପରେ ଆପଣ ସଙ୍ଗେ ସଙ୍ଗେ ଟିଟି ସହ ସମ୍ପର୍କ କରିବାକୁ ପଡିବ । ଆପଣ ତାଙ୍କ ସହ କଥାବାର୍ତ୍ତା କରି ନିଜର ଟିକେଟ ଟିଟିଙ୍କ ପାଖରୁ ନେଇ ପାରିବେ । ପ୍ରାୟତଃ ଲୋକମାନେ ଟ୍ରେନର ଟିକେଟ କରି ପାରନ୍ତି ନାହିଁ, ସେ ଯାତ୍ରା କରି ପାରନ୍ତି ନା ହିଁ ଓ ନାନା ପ୍ରକାରର ସମସ୍ୟାର ସାମ୍ନା କରିଥାନ୍ତି ।

କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହିଭଳି କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ଆପଣ ଟ୍ରେନରେ ଚଢିବା ପରେ ଟିଟିଙ୍କ ନିକଟକୁ ଯାଇ ଟିକେଟ କରି ପାରିବେ । ଯଦି ଟ୍ରେନରେ ସିଟ ଖାଲି ଅଛି ତେବେ ଟିଟି ଯାତ୍ରୀଙ୍କୁ ସିଟି ବି ଦେଇ ପାରିବେ । ଯଦି ସିଟ ନା ହିଁ ତଥାପି ବି ଆପଣ ଟ୍ରେନରେ ଯାତ୍ରା କରି ପାରିବେ ।

କିନ୍ତୁ ଏଥିପାଇଁ ଯାତ୍ରୀଙ୍କୁ କେବଳ ଟିକେଟର ମୂଲ୍ୟ ସହ ୨୫୦ ଟଙ୍କା ଅଧିକ ଜୋରିମାନା ଦେବାକୁ ପଡିବ । କରୋନା ସମୟରେ ଦେଶରେ ପ୍ରାୟତଃ ଟ୍ରେନ ଗୁଡିକୁ ବାତିଲ କରି ଦିଆଯାଇ ଥିଲା । କିନ୍ତୁ ବର୍ତ୍ତମାନ ସବୁ ଟ୍ରେନ ଆରମ୍ଭ ହୋଇ ଯାଇଛି ।

ଯାତ୍ରୀମାନେ ପୂର୍ବଭଳି ଟ୍ରେନରେ ଯିବା ଆସିବା ଆରମ୍ଭ କରି ଦେଇଛନ୍ତି । ଏହା ଛଡା ବର୍ତ୍ତମାନ ପ୍ଲାଟଫର୍ମ ଟିକେଟର ମୂଲ୍ୟ ବି କମ କରି ଦିଆଯାଇଛି । ମହାମାରୀ ସମୟରେ ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କା କରି ଦିଆଯାଇ ଥିଲା କିନ୍ତୁ ବର୍ତ୍ତମାନ ତାକୁ ୧୦ ଟଙ୍କା କରି ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *