ବିଷ୍ଣୁପୁରାଣ ଅନୁସାରେ ଘରକୁ ଆସିଥିବା ଅତିଥିଙ୍କୁ ଭୁଲରେ ବି ପଚାରିବେ ନାହିଁ ଏହି ୩ଟି କଥା

ଯଦି ଆମେ ପ୍ରାଚୀନ ସମୟର କଥା ହେବା, ତେବେ ଭାରତରେ ପ୍ରାଚୀନ କାଳରୁ ହିଁ ନିୟମ ଓ ରୀତି ପାଳନ କରାଯାଇଥାଏ । ଆଜି ଏମିତି ବି କିଛି ପରମ୍ପରା ଅଛି ଯାହାକୁ ଆମେ ବହୁ ଦିନୁ ପାଳନ କରିଆସୁଛୁ । ଆଜିର ସମୟରେ ବ୍ୟକ୍ତି ଯାହା କିଛିବି ଭୁଲି ଯାଇପାରେ କିନ୍ତୁ ପରମ୍ପରା ପାଳନ କରିବାକୁ କେବେ ଭୁଲେ ନାହିଁ । ଏହା ସମସ୍ତେ ଜାଣିଥିବେ କି ଭାରତରେ ବହୁ ପୂର୍ବରୁ ଅତିଥି ଦେବ ଭବ ର ପରମ୍ପରା ବି ଚାଲି ଆସିଛି । ଅତିଥିଙ୍କୁ ଭଗବାନଙ୍କ ରୂପ ବୋଲି ମନାଯାଇଥାଏ ।

ଏମାନଙ୍କର ସ୍ଵାଗତ କରିବା ସବୁ ବ୍ୟକ୍ତିଙ୍କର ଧର୍ମ ହୋଇଥାଏ । ଯେଉଁମାନେ ଅତିଥିଙ୍କୁ ଭଲରେ ସ୍ଵାଗତ କରିନଥାନ୍ତି ତାଙ୍କ ଉପରେ ଭଗବାନଙ୍କ କୃପା ରହିନଥାଏ ।

ଆଜିକାଲି ଲୋକଙ୍କୁ ଘରକୁ ଆସୁଥିବା ଅତିଥି ବୋଝ ଭଳି ଲାଗୁଛନ୍ତି । କିନ୍ତୁ ଧାର୍ମିକ ଗ୍ରନ୍ଥ ଅନୁସାରେ ଅତିଥିଙ୍କ ଆଦର ସତ୍କାର କରିବା ବହୁତ ପୁଣ୍ୟ କାମ ହୋଇଥାଏ । କିଛି ଲୋକ ଭଲରେ ଅତିଥିଙ୍କ ସେବା କରିଥାନ୍ତି କିନ୍ତୁ ଆଉ କିଛି ଲୋକ ଭଲ ହେବାର ନାଟକ କରିଥାନ୍ତି । ଯଦି ଆପଣଙ୍କ ଘରକୁ ଅତିଥି ଆସୁଛନ୍ତି ତାହେଲେ ଆପଣଙ୍କୁ କିଛି ଖାସ କଥାର ଧ୍ୟାନ ରଖିବା ଦରକାର ।

ହିନ୍ଦୁ ଧର୍ମରେ ବହୁତ ଗ୍ରନ୍ଥ ଓ ପୁରାଣ ରହିଅଛି । ବିଷ୍ଣୁ ପୁରାଣ ସେହି ପୁରାଣ ଗୁଡିକରୁ ଏକ । ଏହି ପୁରାଣରେ ଭଗବାନ ବିଷ୍ଣୁଙ୍କର ମହିମାର ଗୁଣଗାନ କରାଯାଇଛି । ବିଷ୍ଣୁ ପୁରାଣରେ ଖୁସିର ଜୀବନ ପାଇଁ ବହୁତ ସୂତ୍ର ରହିଛି । ଯଦି କେଉଁ ବ୍ୟକ୍ତି ଏହି ସୂତ୍ରକୁ ପାଳନ କରେ, ତାହେଲେ ତା ଜୀବନ ସବୁ ଦୁଃଖ ଦୂର ହୋଇଥାଏ । ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କି ବିଷ୍ଣୁପୁରାଣ ଅନୁସାରେ ଘରକୁ ଆସିଥିବା ଅତିଥିଙ୍କୁ କେଉଁ କେଉଁ କଥା ପଚାରିବା ଉଚିତ ନୁହେଁ ।

୧ -ଯେବେବି କେହି ଅତିଥି ଆପଣଙ୍କ ଘରକୁ ଆସିବେ ତାହେଲେ ଭୁଲରେ ବି ଶିକ୍ଷା ବିଷୟରେ ପଚାରିବେ ନାହିଁ । ଆପଣ ଦେଖିଥିବେ ଯେବେ ଆପଣ କାହାକୁ ପାଠ ବିଷୟରେ ପଚାରିବେ, ତାହେଲେ ସେହି ଅତିଥିଙ୍କୁ ବିଚଳିତ ଲାଗେ । ତେଣୁ ତାଙ୍କୁ ପାଠ ସହ ଯୋଡା କୌଣସି ବି ପ୍ରଶ୍ନ ପଚାରିବା ଉଚିତ ନୁହେଁ ।

୨ -ଏହାଛଡା କେବେବି ଘରକୁ ଆସିଥିବା ଅତିଥିଙ୍କୁ ତାଙ୍କ ଆୟ ବିଷୟରେ ପଚାରିବେ ନାହିଁ । ଏହା ଦ୍ଵାରା ସେମାନେ ଲଜ୍ଜିତ ଅନୁଭବ କରନ୍ତି ।

୩ -ଏହାଛଡା ଅତିଥିଙ୍କୁ ତାଙ୍କର ଜାତି ଗୋତ୍ର ବିଷୟରେ କେବେବି ପଚାରିବା ଉଚିତ ନୁହେଁ ।

ଏବେ ଆମେ ଭାବୁଚୁକୀ ଆଗକୁ ଆପଣଙ୍କ ଘରକୁ ଯେବେବି ଅତିଥି ଆସିବେ, ତାହେଲେ ଆପଣ ଏହିସବୁ କଥାର ଧ୍ୟାନ ନିହାତି ରଖିବେ ।

Leave a Reply

Your email address will not be published. Required fields are marked *