ୟେ ରିସ୍ତା କ୍ୟା କେହଲାତା ହୈ ରୁ ପ୍ରସିଦ୍ଧ ହୋଇଥିବା ଶିବାଙ୍ଗି ଯୋଶୀ ଏହି ଅଭିନେତ୍ରୀଙ୍କୁ ମାନନ୍ତି ନିଜର Inspiration

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଷ୍ଟାର ପ୍ଳସ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ସବୁଠାରୁ ଅଧିକ ଦିନ ଧରି ଚାଲିଥିବା ସିରିଆଲ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ସିରିଆଲ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା ନାଏରା ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ସମୟରେ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଅଧିକ ଚାର୍ଜ ନେଉଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ଏହି ଅଭିନେତ୍ରୀ ନିଜର ଅଭିନୟ ଦକ୍ଷତା ବଳରେ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ସେହି ଅଭିନେତ୍ରୀ ଙ୍କ ନାଁ ହେଉଛି ଶିବାଙ୍ଗି ଯୋଶୀ । ଏହି ଅଭିନେତ୍ରୀ ନିଜର ଏହି ସଫଳତା ପଛରେ ସମସ୍ତ ଶ୍ରେୟ ଅନ୍ୟ ଜଣେ ଅଭିନେତ୍ରୀ ଙ୍କୁ ପ୍ରଦାନ କରନ୍ତି । ଅର୍ଥାତ ସେହି ଅଭିନେତ୍ରୀ ଶିବାଙ୍ଗି ଙ୍କ ପ୍ରେରଣା ସ୍ରୋତ ଅଟନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ସେହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯିଏ ଅଭିନେତ୍ରୀ ଶିବାଙ୍ଗି ଯୋଶୀ ଙ୍କ ପ୍ରେରଣା ସ୍ରୋତ ଅଟନ୍ତି ଏବଂ ତାଙ୍କ ଠାରୁ ପ୍ରେରିତ ହୋଇ ଅଭିନେତ୍ରୀ ବର୍ତ୍ତମାନ ସଫଳତା ର ଶୀର୍ଷ ସ୍ଥାନରେ ପହଂଚିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ ଶିବାଙ୍ଗି ଯୋଶୀ ନିଜ କ୍ୟାରିଅର ର ଆରମ୍ଭ ୨୦୧୩ ମସିହାରେ ସିରିଆଲ ‘ଖେଲତୀ ହେ ଜିନ୍ଦଗୀ ଆଂଖ ମିଚୋଲି’ ରୁ କରିଥିଲେ । ଏହାପରେ ତାଙ୍କୁ ଅନେକ ଟିଭି ସିରିଆଲ ରେ ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଅଭିନେତ୍ରୀ ଶିବାଙ୍ଗି ଯୋଶୀ ଙ୍କୁ ଅସଲ ପରିଚୟ ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରୁ ହାସଲ ହୋଇଥିଲା । ତେବେ ଏହି ଅଭିନେତ୍ରୀ ଅନ୍ୟ ଜଣେ ଅଭିନେତ୍ରୀ ଙ୍କ ଠାରୁ ପ୍ରେରିତ ହୋଇ ବର୍ତ୍ତମାନ ସମୟରେ ସଫଳତା ହାସଲ କରିଛନ୍ତି ।

ତେବେ ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଅନ୍ୟ କେହି ନୁହନ୍ତି ବରଂ ସେ ହେଉଛନ୍ତି ଆପଣ ସମସ୍ତଙ୍କ ପ୍ରିୟ ‘ଶ୍ୱେତା ତିୱାରୀ’ । ଅସଲରେ ସିରିଆଲ ବେଗୁ ସରାଏ ରେ କାମ କରିବା ପରେ ଶିବାଙ୍ଗି ଶ୍ୱେତା ଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ । ଏହି ସିରିଆଲ ରେ ଶିବାଙ୍ଗି ପୁନମ ନାମକ ଚରିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଶ୍ୱେତା ତିୱାରୀ ସେହି ସିରିଆଲ ରେ ବିନ୍ଦିଆ ନାମକ ଚରିତ୍ର ରେ ଅଭିନୟ କରିଥିଲେ ।

ଯିଏ ନାଚ ଦ୍ଵାରା ପଇସା ରୋଜଗାର କରିଥାଏ । ଶ୍ୱେତା ଙ୍କ ଏହି ଭୂମିକା ଦ୍ବାରା ଶିବାଙ୍ଗି ବହୁତ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ନିଜର ପ୍ରେରଣା ବୋଲି ମାନି ନେଇଥିଲେ । ଏହି ସମ୍ବନ୍ଧରେ ଅଭିନେତ୍ରୀ ଶିବାଙ୍ଗି ଯୋଶୀ ସ୍ୱୟଂ ନିଜର ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି । ତାଙ୍କ ଅନୁସାରେ ଅଭିନେତ୍ରୀ ଶ୍ୱେତା ତିୱାରୀ ଜଣେ ପରିଶ୍ରମୀ ଏବଂ ଦକ୍ଷତାଶୀଳ ଅଭିନେତ୍ରୀ ଅଟନ୍ତି । ତାଙ୍କ ଅଭିନୟ ଦ୍ଵାରା ପ୍ରେରିତ ହୋଇ ହିଁ ସେ ବର୍ତ୍ତମାନ ସଫଳତା ର ଶୀର୍ଷ ସ୍ଥାନରେ ପହଁଚି ପାରିଛନ୍ତି ।

Leave a Reply

Your email address will not be published. Required fields are marked *