2020 ମସିହାରେ ସବୁ ଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛନ୍ତି ଏହି ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଓଡ଼ିଆ କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଗତ ୨୦୨୦ ମସିହାରେ ପରଲୋକ ଗମନ କରିଛନ୍ତି । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟ ଜରିଆରେ ଦର୍ଶକ ମାନଙ୍କ ହୃଦୟକୁ କିଣି ନେଇଥିଲେ ଏବଂ ନିଜର ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିଥିଲେ । ତେବେ ବନ୍ଧୁଗଣ ଦୁଃଖର ବିଷୟ ହେଉଛି ଏହା ଯେ, ଏହି କଳାକାର ମାନେ ଖୁବ କମ ବୟସରେ ହିଁ ସବୁଦିନ ପାଇଁ ଦୁନିଆ ରୁ ବିଦାୟ ନେଇଥିଲେ । ଗତ ୨୦୨୦ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରୀର କିଛି ମହାନ କଳାକାରଙ୍କ ପରଲୋକ ଘଟିଛି ।

କିନ୍ତୁ ବନ୍ଧୁଗଣ ସେହି ମହାନ କଳାକାର ମାନଙ୍କ ପରଲୋକ ହୋଇଛି ସତ କିନ୍ତୁ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶା ବାସୀଙ୍କ ହୃଦୟ ରେ ଅମର ହୋଇ ରହି ଯାଇଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ମହାନ ବ୍ୟକ୍ତିତ୍ବ ମାନଙ୍କ ପରଲୋକର କାରଣ ସମ୍ବନ୍ଧରେ ମଧ୍ୟ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବିଜୟ ମହାନ୍ତି- ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ‘ବିଜୟ ମହାନ୍ତି’ । ୧୯୫୦ ମସିହା ଏପ୍ରିଲ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିବା ଅଭିନେତା ବିଜୟ ମହାନ୍ତି ୭୦ ବର୍ଷ ବୟସ ରେ ଜୁଲାଇ ୨୦, ୨୦୨୦ ମସିହାରେ ଏ ଦୁନିଆରୁ ବିଦାୟ ନେଇଛନ୍ତି । ଏହି ଅଭିନେତାଙ୍କ ଜୀବନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଯାଇଥିଲା । ସେ ନିଜ ଝିଅଙ୍କୁ ସାକ୍ଷାତ କରିବା ନିମନ୍ତେ ହାଇଦ୍ରାବାଦ ଯାଇଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା ।

୨. କମେଡ଼ିଆନ ଚଞ୍ଚ- ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ସୋ ‘ମିଷ୍ଟର ନନ୍ସେନ୍ସ’ ରେ ଚଞ୍ଚ ନାମକ ଚରିତ୍ର ରେ କମେଡ଼ି କରୁଥିବା ଅଭିନେତା ‘ସୌମ୍ୟରଂଜନ ପଣ୍ଡା’ ଙ୍କ ଜିଭ ରେ କ୍ୟା-ନ୍ସ-ର ହୋଇଥିଲା । ୯ ମାସ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଏହି ଅଭିନେତା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।

୩. ଦୀପା ସାହୁ- ଆଲବମ ଜଗତର ହିରୋଇନ ଭାବରେ ପରିଚିତ ‘ଦୀପା ସାହୁ’ କ୍ୟା-ନ୍ସ- ର ରୋଗରେ ପୀଡ଼ିତ ଥିଲେ । ଏହି କାରଣ ରୁ ସେ ମାତ୍ର ୩୫ ବର୍ଷ ବୟସରେ ଏ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି ।

୪. ଅଜିତ ଦାସ- ଓଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ‘ଅଜିତ ଦାସ’ ଙ୍କ ପରଲୋକ ଓଲିଉଡ ଇଣ୍ଡଷ୍ଟ୍ରୀକୁ ବାପ ଛେଉଣ୍ଡ କରି ଦେଇଥିଲା । ଏହି ଅଭିନେତା କୋରୋନା ରୋଗରେ ପୀଡ଼ିତ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ୧୩ ସେପ୍ଟେମ୍ବର ୨୦୨୦ ମସିହାରେ ତାଙ୍କର ପରଲୋକ ଘଟିଥିଲା ।

୫. ରାଜୁ ମିଶ୍ର- ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଓଡ଼ିଆ ଫିଲ୍ମ ରେ ପ୍ରଡ୍ୟୁସର ଏବଂ ଡ଼ାଇରେକ୍ଟର ଭାବରେ ‘ରାଜୁ ମିଶ୍ର’ ଙ୍କୁ ଦେଖିବାକୁ ମିଳିଥାଏ । ସେ ବହୁତ ସୁପରହିଟ ଓଡ଼ିଆ ଫିଲ୍ମ ରେ ନିର୍ଦେଶନା ଦେଇଛନ୍ତି । ଏହି ମହାନ ବ୍ୟକ୍ତିତ୍ବ ମଧ୍ୟ ଗତ ୨୦୨୦ ମସିହାରେ ପରଲୋକ ଗମନ କରିଥିଲେ ।

୬. ପ୍ରଦୀପ ମହାରଥୀ- ‘ପ୍ରଦୀପ ମହାରଥୀ’ ଜଣେ ବହୁତ ବଡ଼ ରାଜନେତା ଅଟନ୍ତି । ଏହି ମହାନ ବ୍ୟକ୍ତିତ୍ବ ମଧ୍ୟ କିଛି ମାସ ପୂର୍ବରୁ ଅର୍ଥାତ ଗତ ୨୦୨୦ ମସିହାରେ ପରଲୋକ ବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *