ବର୍ତ୍ତମାନର ବଡ ଖବର- ଭଦ୍ରକରେ ପୁଣି ୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ବର୍ତ୍ତମାନର ବଡ ଖବର ହେଉଛି ରାଜ୍ୟରେ ପୁଣି ୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏମାନେ ହେଉଛନ୍ତି ଭଦ୍ରକ ଜିଲ୍ଲାର ଓ ସମସ୍ତେ ପୁରୁଷ ଅଟନ୍ତି । ତେବେ ଏମାନଙ୍କ ମଧ୍ୟରେ ଥିବା ଦୁଇ ଜଣ ୨୪ ଓ ୨୯ ବୟସର ହୋଇଥିବା ବେଳେ ଆଉ ଦୁଇଜଣ ୪୦ ଓ ୪୧ ବର୍ଷର ବୋଲି ଜଣା ପଡିଛି । ତେବେ ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଆସିଥିବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ବିଟ କରିଛନ୍ତି ।

ଏହା ବ୍ୟତୀତ ଆଜି ସକାଳେ ଆଉ ଜଣେ କରୋନା ସଂକ୍ରମିତ ଭଦ୍ରକରୁ ମଧ୍ୟ ଚିହ୍ନଟ ହୋଇଥିଲେ । ତେବେ ବର୍ତ୍ତମାନ ଏମାନଙ୍କୁ ମିଶାଇ ଓଡିଶାରେ ସଂକ୍ରମିତ ସଂଖ୍ୟା ୯୪ରେ ପହଞ୍ଚିଲା । ତେବେ ବର୍ତ୍ତମାନ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୩,୪୨୧ ଥିବା ବେଳେ ୫,୧୦୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି ଓ ୭୩୭ ଲୋକ ମୃତ୍ୟୁ ବରଣ କରିଛନ୍ତି ।


ତେବେ ଆପଣମାନଙ୍କୁ ଆମର ଗୋଟିଏ ଅନୁରୋଧ ସରକାରଙ୍କ କଥାକୁ ପାଳନ କରନ୍ତୁ । ଲକ ଡାଉନ ସମୟରେ ଘରୁ ବାହାରନ୍ତୁ ନାହିଁ । ଯିଏ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ । ନିଜ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ, ଏହା ସହ ନିଜ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷିତ ରଖିବାକୁ ଚେଷ୍ଟା ଲରନ୍ତୁ । ନଚେତ ଯେଉଁଭଳି ଭାବେ ଏହି ସଂକ୍ରମଣ ବଢିବାରେ ଲାଗିଛି କେତେବେଳେ କଣ ହବ ଏହା ଅକହିବା ଅସମ୍ଭବ ।

Leave a Reply

Your email address will not be published. Required fields are marked *