Damini ଫିଲ୍ମର ଅଭିନେତ୍ରୀ Meenakshi Sheshadri ଏବେ ଦେଖାଯାଉଛନ୍ତି ଏମିତି

ବଲୀଉଡ ଇଣ୍ଡଷ୍ଟ୍ରି ଏମିତି ଗୋଟେ ଜାଗା ଯେଉଁଠାରେ ଯେଉଁ ପର୍ଯ୍ୟନ୍ତ ଆପଣ କାମ କରୁଛନ୍ତି ମିଡିଆ ଆଗରେ ଅଛନ୍ତି ଲୋକ ଆପଣଙ୍କୁ ମନେ ରଖିବେ ଓ ଏହି ଦୁଇଟି ଜାଗାରୁ ବାହାରିବା ପରେ ଆପଣଙ୍କ କିଛି ମୂଲ୍ୟ ରହି ଯାଏ ନାହିଁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ବହୁତ ଫେମସ ହିରୋଇନ ମାନଙ୍କୁ ଏବେ କେହି ପଚାରୁ ନାହାନ୍ତି କାହିଁକିନା ବର୍ତମାନ ସେ ଫିଲ୍ମ କରୁ ନାହାନ୍ତି ।

ତେବେ ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ସନି ଦେଓଲଙ୍କ ଫିଲ୍ମ ଘାତକ ଦେଖିଥିବେ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିଲେ ମିନାକ୍ଷୀ ଶେଶାଦ୍ରି ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି କଥା କହିବାକୁ ଯାଉଛୁ ।

Image Courtesy: Google

ମିନାକ୍ଷୀ ଶେଷାଦ୍ରିଙ୍କ ଜନ୍ମ ଝାରଖଣ୍ଡରେ ହୋଇଥିଲା, ୧୬ ନଭେମ୍ବର ୧୯୬୩କୁ ହୋଇଥିଲା । ତାଙ୍କ ବାପା ଜେନ ଫୁଡ କର୍ପୋରେସନ ଡିପାର୍ଟମେଣ୍ଟରେ କାମ କରୁଥିଲେ ଯାହା ପରେ ତାଙ୍କ ପୁରା ପରିବାର ସେହି ଜାଗାରେ ରହି ଗଲେ ମିନାକ୍ଷୀଙ୍କ ସ୍କୁଲ ପାଠ ଦିଲ୍ଲୀରେ ହୋଇଥିଲା ।

ମିନାକ୍ଷୀସ୍କୁଲ କଲେଜ ସବୁ ଜାଗାରେ ନିଜ ସୁନ୍ଦରତା ପାଇଁ ବହୁତ ପ୍ରସିଦ୍ଧ ଥିଲେ ଓ ତାଙ୍କୁ ଅଭିନୟ ଓ ନାଚ ବହୁତ ପସନ୍ଦ ଥିଲା । ନିଜ ସୁନ୍ଦରତା ଦ୍ଵାରା ଏହି ଅଭିନେତ୍ରୀ ୧୯୮୧ରେ ମିସ ଇଣ୍ଡିଆ ଟାଇଟଲ ପାଇଥିଲେ । ମିନାକ୍ଷୀ ବଲୀଉଡ ଜଗତରେ ୧୯୮୩ରେ ପାଦ ରଖିଥିଲେ ଓ ତାଙ୍କର ପ୍ରଥମ ଚଳଚିତ୍ର ଥିଲା ପେଣ୍ଟର ବାବୁ କିନ୍ତୁ ତାଙ୍କୁ ସଫଳତା ଶୁଭାଇ ଘାଇଙ୍କ ଫିଲ୍ମ ହିରୋ ଦ୍ଵାରା ପ୍ରାପ୍ତ ହୋଇଥିଲା ।

Image Courtesy: Google

ପେଣ୍ଟର ବାବୁ ଅଧିକ ଫେମସ ହେଲା ନାହିଁ । ତେବେ ଏହି ଫିଲ୍ମ ହିରୋ ଦ୍ଵାରା ତାଙ୍କ ସଫଳତା କାହାଣୀ ଆଗକୁ ବଢିଲା ଏହି ଫିଲ୍ମ ପ୍ପାରେ ସେ ବହୁତ ସୁପର ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି ଯେମିତିକି ଦାମିନୀ, ଘର ହୋ ତୋ ଏସା, ଘର ଘର କି କାହାନି, ଘାତକ, ଘାୟଲ ଓ ଅନ୍ୟ ବହୁତ ଗୁଡେ ଫିଲ୍ମ ମିନାକ୍ଷୀ କରିଥିଲେ ଯାହା ଦର୍ଶକ ମାନେ ଆଜୀବ୍ୟ ଦେଖିବା ପସନ୍ଦ କରନ୍ତି ଓ ମିନାକ୍ଷୀଙ୍କୁ ମନେ ପକାନ୍ତି ।

ଘାୟଲ ଫିଲ୍ମ ନିର୍ମାତା କୁମାର ସନ୍ତୋଶୀ ମିନାକ୍ଷୀଙ୍କୁ ମନ ମନରେ ଭଲ ପାଉଥିଲେ ଓ କିଛି ଦିନ ପରେ ସେ ନିଜ ବିବାହ ପ୍ରସ୍ତାବ ନେଇ ତାଙ୍କ ଘରକୁ ମଧ୍ୟ ଯାଇଥିଲେ କିନ୍ତୁ ମିନାକ୍ଷୀ ଏହି ସମ୍ପର୍କ ପାଇଁ ମନା କରିଥିଲେ ତେବେ ଏହି କଥା ନିଜେ ରାଜ୍କୁମାର ନିଜ ଗୋଟେ ଇଣ୍ଟର ଭ୍ୟୁରେ କହିଥିଲେ ତେବେ ରାଜ୍କୁମାର ସନ୍ତୋଶୀ ସହ ମିନାକ୍ଷୀ ବହୁତ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି ଯେମିତି ଦାମିନୀ, ଘାୟଲ ଇତ୍ୟାଦି ।

ମିନାକ୍ଷୀ ୧୯୯୫ରେ ହରିଶ ମେସୁର ସହ ବିବାହ କରିଥିଲେ ଯିଏ ଜଣେ ଇଂଭେଷ୍ଟମେଣ୍ଟ ବ୍ୟାଙ୍କର ଅଟାନ୍ତି ଓ ବିବାହ ପରେ ମିନାକ୍ଷୀ ଫିଲ୍ମ ଦୁନିଆକୁ ଫେରିଲେ ନାହିଁ କାହିଁକିନା ତାଙ୍କ ପ୍ପାଇନ ତାଙ୍କ ପରିବାର ସର୍ବପ୍ରଥମେ ଥିଲା ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *