କେମିତି ଜାଣିବେ ଫୁସଫୁସ ଖରାପ ହେଉଛି ? ଫୁସଫୁସ ଖରାପ ହେବା ପୂର୍ବରୁ ଦେଇଥାଏ ଏହି ୪ ଟି ସଂକେତ

ଫୁସଫୁସ ଯେତେବେଳେ ଖରାପ ହୋଇଥାଏ ତେବେ ସେହି ସମୟରେ ଆମକୁ କିଛି ଏହିଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । ଯାହା ବିଷୟରେ ଆମ ସମସ୍ତଙ୍କୁ ଜାଣିବା ଉଚିତ । ଫୁସଫୁସ ଆମ ଶରୀରର ମୁଖ୍ୟ ଅଙ୍ଗ ଅଟେ । ଯଦି ଆମେ ନିଜର ଫୁସଫୁସକୁ ସୁରକ୍ଷିତ ନ ରଖିବେ ତେବେ ଆମକୁ ବହୁତ ସମସ୍ୟା ହୋଇପାରେ ।

ଫୁସଫୁସକୁ ଏହିଭଳି କିଛି ଇନଫେକସନ ହୋଇ ନ ଥାଏ ଯାହା ଅଧିକ ଖରାପ କରି ଚାଲିଯାଏ ଏମିତିରେ ଆମେ ଫୁସଫୁସକୁ ସୁରକ୍ଷିତ ରଖି ପାରିବା । ଏହିଭଳି ଇନଫେକସନକୁ ଆମେ ବାହାରୁ ହିଁ ଅଟକାଇ ପାରିବା ଯାହା ଫୁସଫୁସକୁ ଖରାପ କରୁଛି । ଯଦି କାହାର ଫୁସଫୁସ ଖରାପ ଅଛି ତେବେ ସେହି ରୋଗୀକୁ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ସେଥିପାଇଁ ଫୁସଫୁସକୁ ସୁସ୍ଥ ରଖିବା ଉଚିତ । ଫୁସଫୁସ ଖରାପ ହେବାର ଲକ୍ଷଣକୁ ବୁଝିବା ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ ।

ପ୍ରଥମେ ଚାଳନ୍ତୁ ଜାଣିବା ଏହିଭଳି କିଛି ଲକ୍ଷଣ ଯାହା ସାଧାରଣ ହୋଇଥାଏ ଯାହା ପ୍ରତି କେହି ବି ଲୋକମାନେ ଅଧିକ ଧ୍ୟାନ ଦିଅନ୍ତି ନାହିଁ । ଯେଉଁ ରୋଗୀମାନଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ କାସ କିମ୍ବା କଫ ହୋଇଥାଏ ସେମାନଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଅଧିକ ଦିନ ପର୍ଯ୍ୟନ୍ତ କାସ ହେଉଛି ତେବେ ସେହି ବ୍ୟକ୍ତିର ଫୁସଫୁସରେ କିଛି ସାମସ୍ୟା ଅଛି । ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ନିଜର ଚିକିତ୍ସା କରନ୍ତୁ ।

ସବୁବେଳେ କାସ ବି ଫୁସଫୁସ ଜନିତ ସମସ୍ୟା ହୋଇଥାଏ ନ ଥାଏ ଅନ୍ୟ କିଛି କାରଣ ପାଇଁ ବି କାସ ହୋଇପାରେ । ଏହା ପରେ ଯଦି କୌଣସି ରୋଗୀକୁ ନିଶ୍ଵାସ ନେବାରେ ଅସୁବିଧା ହେଉଛି ତେବେ ଏହା ବି ଫୁସଫୁସ ଖରାପ ହେବାର ଏକ ଲକ୍ଷଣ ଅଟେ । ଯେତେବେଳେ ବି ଆମର ନିଶ୍ଵାସ ନଳିରେ କିଛି ସମସ୍ୟା ଥାଏ ତେବେ ସେହି ସମୟରେ ଆମକୁ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ନିଶ୍ଵାସ ନେବାରେ ଅସୁବିଧା ହେବା, ବ୍ୟଥା ହେବା, ଛାତି କେହି ଜଣେ ଧରିଥିବା ଭଳି ଲାଗିବା ଇତ୍ୟାଦି ଫୁସଫୁସରେ କିଛି ସମସ୍ୟା ଅଛି ବୋଲି ସଂକେତ ଦେଇଥାଏ ।

ଯଦି ଆପଣଙ୍କର ଫୁସଫୁସରେ ସାମସ୍ୟା ଅଛି ତେବେ ଆପଣଙ୍କ ଛାତି ପାଖାପାଖି ଅଂସରେ ବ୍ୟଥା ହୋଇଥାଏ । ଯଦି ଏହିଭଳି କିଛି ଲକ୍ଷଣ ଆସୁଛି ନଚେତ ଯଦି ଆପଣଙ୍କ କାସରେ ରକ୍ତ ବାହାରୁଛି ତେବେ ଏହା ଫୁସଫୁସରେ ଇନଫେକସନ ଜନିତ ସମସ୍ୟାର ବହୁତ ବଡ ଲକ୍ଷଣ ଅଟେ । ଯଦି ଆପଣଙ୍କ ସହିତ ଏହିଭଳି କିଛି ହେଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କୁ ଫୁସଫୁସରେ କିଛି ନା କିଛି ସମସ୍ୟା ନିଶ୍ଚିତ ଅଛି । ତେବେ ଆପଣ ଏହି ସ୍ଥିତିରେ ଡାକ୍ତରଙ୍କ ଅବଶ୍ୟ ପରାମର୍ଶ ନିଅନ୍ତୁ ।

ଯଦି ଆପଣଙ୍କ କାସରେ ନାଲି ରଙ୍ଗର ଗାଢା ରକ୍ତ ବାହାରୁଛି ତେବେ ଏହା ଫୁସଫୁସରେ କ୍ୟାନ୍ସର ହୋଇଥିବାର ଏକ ଲକ୍ଷଣ ଅଟେ । ଯଦି ଆପଣ ରୋଗ ବିଷୟରେ ସଠିକ ସମୟରେ ଜାଣିଯିବେ ତେବେ ଆପଣ ବହୁତ ଜଲ୍ଦି ଠିକ ହୋଇ ପାରିବେ । କେବଳ ଫୁସଫୁସ ସମସ୍ୟା ଥିଲେ ଏହି ସବୁ ଲକ୍ଷଣ ଥିବ ଏହାର କୌଣସି ଅର୍ଥ ନାହିଁ ଆପଣଙ୍କୁ ଅନ୍ୟ କିଛି ସମସ୍ୟା ବି ହୋଇପାରେ । ସେଥିପାଇଁ ଯଦି ଆପଣଙ୍କୁ ଏହିଭଳି କିଛି ଲକ୍ଷଣ ନଜର ଆସୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଚିକିତ୍ସା କରନ୍ତୁ ।

Leave a Reply

Your email address will not be published. Required fields are marked *