ଷ୍ଟାର ପ୍ଲସରେ ବହୁତ ପ୍ରସିଦ୍ଧ ସିରିଏଲ ଆସିଥିଲା ଯାହା ନାମ ଥିଲା ଶାଠ ନିଭାନା ସାଥିଆ ଏହି ସିରିଏଲରେ ଗୋପୀ ବହୁ ଅଭିନୟ କରୁଥିବା ଦେବୋଲିନାଙ୍କ ବିଷୟରେ ଆଜି ଆମେ କିଛି ବିଶେଷ କହିବାକୁ ଯାଉଛୁ । ତେବେ ଛୋଟ ଛୋଟ ସହରରୁ ଆସି ଲୋକେ ଅଭିନେତା ଓ ଅଭିନେତ୍ରୀ ହୋଇଥାନ୍ତି ଯାହା ପରେ ଦର୍ଶକ ମାନେ ତାଙ୍କୁ ଷ୍ଟାର ଭଳି ମନେ କରନ୍ତି ଓ ଲୋକଙ୍କ ପାଇଁ ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ମାନ ବଢିଥାଏ ।
ତେବେ ଆଜି ଆମେ ଆପଣଙ୍କୁ ଆସାମ ସହର ଗୋଟେ ଛୋଟ ଜାଗାରୁ ଆସି ଗୋପୀ ବହୁ ନାରେ ପ୍ରସିଦ୍ଧ ହୋଇଥିବା ଦେବୋଲିନାଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଦେବୋଲିନାଙ୍କ ଜନ୍ମ ଆସାମର ୧୯୯୦ରେ ହୋଇଥିଲା, ତାଙ୍କ ଜନ୍ମ କିଛି ବର୍ଷ ଭିତରେ ତାଙ୍କ ବାପାଙ୍କ ନିଧନ ହୋଇଥିଲା ଯାହା ପରେ ତାଙ୍କ ପାଳନ ପୋଷଣ ତାଙ୍କ ମା କରିଥିଲେ ।

ଦେବୋଲିନା ସ୍କୁଲ ସମୟରୁ ବହୁତ ଭଲ ଭରତ ନାଟିଅମ ନାଚ କରୁଥିଲେ ଓ ବହୁତ ପ୍ରତିଯୋଗୀତାରେ ପୁରସ୍କାର ମଧ୍ୟ ପ୍ରାପ୍ତ କରିଥିଲେ । ତେବେ ନିଜ ଅଭିନୟ ସପନକୁ ପୂର୍ଣ କରିବା ପାଇଁ ଦେବୋଲିନା ବହୁତ ପରିଶ୍ରମ କରୁଥିଲେ ଗ୍ରାଜୁଏସନ ସମୟରେ ମଧ୍ୟ ସେ ନିଜ ଅଭିନୟ ଓ ନାଚ ଉପରେ ଧ୍ୟାନ ଦଉଥିଲେ ଏହା ଛଡା ଡିଆଇଡିରେ ମଧ୍ୟ ସେ ଅଡିସନ ଦେଇଥିଲେ ଓ ଏଣ୍ଟ୍ରି ମଧ୍ୟ ପାଇଥିଲେ କିନ୍ତୁ କିଛି ସପ୍ତାହ ପରେ ବାହାର ମଧ୍ୟ ହୋଇଯାଇଥିଲେ ।

ତେବେ ଡିଆଇଡିରେ ଅସଫଳ ହେଲା ପରେ ମଧ୍ୟ ଦେବୋଲିନା ହାର ମାନିଲେ ନାହିଁ ଓ ମୁମ୍ବାଇରେ କାମ ଖୋଜିବା ଆରମ୍ଭ କଲେ ଓ ତାଙ୍କ ପରିଶ୍ରମ ରଙ୍ଗ ଆଣିଲା ଏନଡିଟିଭିରେ ଆସୁଥିବା ଗୋଟେ ସିରିଏଲ ଯାହା ନା ଥିଲା “ସାବରେ ସବକେ ସପନେ ପ୍ରିତୋ” ରେ ତାଙ୍କୁ ପ୍ରିତୋ ଅଭିନୟ ପ୍ରାପ୍ତ ହେଲା ଯେଉଁଥିରେ ତାଙ୍କୁ କିଛି ଅଧିକ ପ୍ରସିଦ୍ଧି ମିଳିଲା ନାହିଁ କିନ୍ତୁ ଏବେ ସେ ସିରିଏଲ ଜଗତରେ ଜଣା ଶୁଣା ନାହୋଇଯାଇଥିଲେ । ତେବେ ଏହା ପରେ ତାଙ୍କ ଛୋଟ ଛୋଟ ଅଭିନୟ ମିଳୁଥିଲେ କିନ୍ତୁ କିଛି ବଡ ହାତ ଲାଗୁ ନଥିଲା

ହଟାତ ତାଙ୍କ ଜୀବନରେ କିଛି ଏମିତି ହେଲା ଯାହା ପ୍ପାରେ ତାଙ୍କୁ ସାଥ ନିଭାନା ସାଥିଆ ସିରିଏଲରେ ମୁଖ୍ୟ ଅଭିନେତ୍ରୀଙ୍କ ରୂପରେ ନିଆ ଗଲା । ପ୍ରଥମେ ଏହି ଅଭିନୟ ଜିଆ କରୁଥିଲେ ଓ ତାଙ୍କ ବାହାର କରି ଦେବୋଲିନାଙ୍କୁ ଆଣିବା ପରେ ଟିଆରପି ବହୁତ କମିବାକୁ ଲାଗିଲା କିନ୍ତୁ ଦେବୋଲିନା ତାଙ୍କ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣିଥିଲେ ଓ ସଫଳତା ହାସିଲ କଲେ । ଏହା ପରେ ତାଙ୍କ ଜୀବନ ଯେମିତି ପୁରା ବଦଳି ଗଲା ଓ ତାଙ୍କୁ ଯାହା ଦରକାର ଥିଲା ତାଙ୍କୁ ମିଳି ଗଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।