କିଛି ବି ହେଇଯାଉ ମନିପ୍ଲାଣ୍ଟରେ କେବେବି ହେବାକୁ ଦିଅନ୍ତୁ ନାହିଁ ଏହି ଭୁଲ, ନଚେତ ପୁରା ପରିବାର ହେବ ବର୍ବାଦ- Vastu Tips

ସର୍ବଦା ଧନ ବୃଦ୍ଧି ନିମନ୍ତେ ଲୋକେ ଘରେ ମନି ପ୍ଳାଣ୍ଟ ରଖନ୍ତି । କିଛି ଲୋକ ଏହାକୁ ଘର ଭିତରେ ରଖିଥାନ୍ତି ଓ କିଛି ଲୋକ ଏହାକୁ ଘର ବାହାରେ ରଖିଥାନ୍ତି । କିନ୍ତୁ ତାଙ୍କୁ ଏହା ସମ୍ବନ୍ଧିତ କିଛି କଥା ଜଣା ନଥାଏ । ଯାହା କାରଣ ରୁ ତାଙ୍କୁ ବହୁତ କ୍ଷତି ର ସାମ୍ନା କରିବାକୁ ପଡିଥାଏ । ଘରେ ମନି ପ୍ଳାଣ୍ଟ ରଖିଥିଲେ ତାର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ । ମନି ପ୍ଳାଣ୍ଟ କୁ ଧନ ସହ ଯୋଡା ଗଛ ବୋଲି କୁହାଯାଇଥାଏ । ଯେଉଁ ଘରେ ମନିପ୍ଲାଣ୍ଟ ର ଗଛ ରହିଥାଏ ସେହି ଘରେ ଧନ ସମ୍ବନ୍ଧିତ କୌଣସି ବି ସମସ୍ୟା ଦେଖାଯାଇ ନଥାଏ ।

ଘରେ ମନିପ୍ଲାଣ୍ଟ କୁ ଠିକ ଦିଗ ବା ଯତ୍ନ ନ ନେବା ଦ୍ଵାରା ଘରେ ଏହାର ବିପରୀତ ପ୍ରଭାବ ପଡିଥାଏ । ଏହି ପ୍ରଭାବ ରୁ ବଞ୍ଚିବା ନିମନ୍ତେ ବାସ୍ତୁ ର କିଛି କଥା ବିଷୟରେ ଜାଣିବା ନିହାତି ଜରୁରୀ ହୋଇଥାଏ ।

ଘରେ ମନିପ୍ଲାଣ୍ଟ କୁ ସଠିକ ଦିଗ ଓ ଠିକ ଭାବ ରେ ରଖିବା ଦ୍ଵାରା ଶୁଭ ଫଳର ପ୍ରାପ୍ତି ହୋଇଥାଏ ଓ ଘରେ ଆର୍ଥିକ ସ୍ଥିତି ମଧ୍ୟ ଭଲ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ ମନିପ୍ଲାଣ୍ଟ ଲାଗିଛି ତେବେ ସେଠାର ବତ୍ତାବରଣ ଭଲ ରହିଥାଏ ଓ ଖୁସି ର ପରିବେଶ ରହିଥାଏ । ଏବଂ ଧନ ସମ୍ବନ୍ଧିତ ଆସୁଥିବା ବାଧା ମଧ୍ୟ ଦୂର ହୋଇଥାଏ । ମନିପ୍ଲାଣ୍ଟ ଯେତେ ସବୁଜ ପୂର୍ଣ ହୋଇଥାଏ ଘରେ ଧନ ର ସେତେ ଆଗମନ ହୋଇଥାଏ । ଯେଉଁ ଘରେ ମନିପ୍ଲାଣ୍ଟ ଯେତେ ସୁଖମୟ ହୋଇଥାଏ ସେହି ଘର ର ବାତାବରଣ ସେତେ ଖୁଶିର ହୋଇଥାଏ ।

ମନିପ୍ଲାଣ୍ଟ ଗଛ ର ପତ୍ର ର ମଉଳିବା, ହଳଦିଆ ହେବା ବା ଧଳା ରଙ୍ଗର ହେବା ଅଶୁଭ ମାନାଯାଇଥାଏ । ମନିପ୍ଲାଣ୍ଟ ଗଛ ର ପତ୍ର ଖରାପ ହେବାକୁ ଲାଗିଲେ ତାକୁ ତୁରନ୍ତ ଘରୁ ହଟାଇ ଦିଅନ୍ତୁ । ମନିପ୍ଲାଣ୍ଟ ଗଛକୁ କେବେ ବି ଉପାଡି ଫୋପଡନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଏହା କରିବା ଅଶୁଭ ହୋଇଥାଏ । ଯଦି ମନିପ୍ଲାଣ୍ଟ ଠିକ ଭାବରେ ନ ବଢୁଛି ତେବେ ତାକୁ ଉପରୁ କାଟି ଦିଅନ୍ତୁ କିନ୍ତୁ ଏହାକୁ ମୂଳରୁ ଉପାଡନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟ ର ପତ୍ର ଯଦି ଖରାପ ହୋଇଯାଇଛି ତେବେ ସେହି ପତ୍ରକୁ ଛିଣ୍ଡାଇ ଦିଅନ୍ତୁ ।

ମନିପ୍ଲାଣ୍ଟ ର ପ୍ଳାଣ୍ଟ ଭୂମିରେ ପଡିବା ଅଶୁଭ ହୋଇଥାଏ । ଯଦି ମନିପ୍ଲାଣ୍ଟ ର ପତ୍ର ଭୂମିରେ ପଡିରହିଥାଏ ତେବେ ସେହି ଘର ର ଦଶା ସର୍ବଦା ଖରାପ ରହିଥାଏ । ଏବଂ ସେହି ଘରେ ମାତା ଲାଖମିଙ୍କ ଅପମାନ ହୋଇଥାଏ । ମନିପ୍ଲାଣ୍ଟ ର ଲତା କୁ କେବେ ବି ଭୂମି ଉପରେ ବଢିବାକୁ ଦିଅନ୍ତୁ ନାହିଁ । କାରଣ ଏହା ସର୍ବଦା ଅଶୁଭ ଫଳ ଦେଇଥାଏ । ଏବଂ ଏହା ବାସ୍ତୁ ଦୋଷ କୁ ମଧ୍ୟ ବଡାଇଥାଏ । ମନିପ୍ଲାଣ୍ଟ କୁ କେବେ ବି ଉତ୍ତରପୂର୍ବ ଦିଗ ରେ ରଖନ୍ତୁ ନାହିଁ । ଏହି ଦିଗ ର କାରକ ବୃହସ୍ପତି ଗ୍ରହ ଅଟନ୍ତି ।

ଶୁକ୍ର ଏବଂ ବୃହସ୍ପତି ଗ୍ରହ ଦୁହେଁ ନିଜର ବିପରୀତ ଗ୍ରହ ଅଟନ୍ତି । ତେଣୁ ଏହି କାରଣରୁ ଉତ୍ତରପୂର୍ବ କୋଣ ବା ଦିଗରେ ଶୁକ୍ର ଗ୍ରହ ର ଗଛ ଲଗାଇବା ଅନୁଚିତ ଅଟେ । ବାସ୍ତୁ ଅନୁସାରେ ମନିପ୍ଲାଣ୍ଟ ର ଗଛ ଘରେ ଲଗାଇବା ପାଇଁ ଅଗ୍ନି କୋଣ ବା ଦକ୍ଷିଣ ପୂର୍ବ ଦିଗ ବହୁତ ଲାଭଦାୟକ ହୋଇଥାଏ । ଏହି ଦିଗରେ ମନିପ୍ଲାଣ୍ଟ ଲଗାଇବା ଦ୍ଵାରା ଘରେ ସକାତ୍ମକ ଉର୍ଜ୍ଜା ମଧ୍ୟ ପ୍ରଭାହ ହୋଇଥାଏ ।

Leave a Reply

Your email address will not be published. Required fields are marked *