ପବିତ୍ର ରିସ୍ତା ସିରିୟଲରେ ଅର୍ଚନା ର ଭଉଣୀ ଭୂମିକାରେ ଅଭିନୟ କରି ଫେମସ ହୋଇଥିବା ଅଭିନେତ୍ରୀଙ୍କର ରିୟଲ ଲାଇଫ Family

ବନ୍ଧୁଗଣ ଯଦି ଆପଣ ଜି’ ଟିଭିର ପପୁଲାର ସୋ ପବିତ୍ର ରିସ୍ତା ଦେଖିଛନ୍ତି ତେବେ ଆପଣଙ୍କୁ ସେହି ସୋରେ ଅର୍ଚନାର ଭଉଣୀ ବର୍ଷା ତ ମନେ ଥିବେ । ଏହି ରୋଲ ପ୍ଲେ କରୁଥିବା “ପ୍ରିୟା ମରାଠେ” ଏହି କିରଦାର କୁ ଏଭଳି ନିଭାଇଲେ ଯେ ଦର୍ଶକ ତାଙ୍କ ଅଭିନୟର ଦିବାନ ହୋଇଯାଇଥିଲେ । ବନ୍ଧୁଗଣ ଆପଣ ସମସ୍ତେ ପ୍ରିୟା ମରାଠେ ବିଷୟରେ ତ ଜାଣିଛନ୍ତି, କିନ୍ତୁ କଣ ତାଙ୍କ ସ୍ଵାମୀ ଏବଂ ପିଲାମାନଙ୍କ ବିଷୟରେ ଜାଣିଛନ୍ତି କି ? ତାଙ୍କ ସ୍ଵାମୀ କିଏ ଏବଂ କଣ କରନ୍ତି ? ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ରିୟଲ ଲାଇଫ ସ୍ବାମୀଙ୍କ ବିଷୟରେ ।

ଜି’ ଟିଭିର ପ୍ରସିଦ୍ଧ ସିରିୟଲ ପବିତ୍ର ରିସ୍ତାର ଅର୍ଚନା ର ଭଉଣୀର ରୋଲ ପ୍ଲେ କରୁଥିବା ବର୍ଷା ଅର୍ଥାତ ପ୍ରିୟାଙ୍କର ଜନ୍ମ ୨୩ ଏପ୍ରିଲ ୧୯୮୭ ରେ ମହାରାଷ୍ଟ୍ରରେ ହୋଇଥିଲା । ସେଥିପାଇଁ ତାଙ୍କ ସମସ୍ତ ଶିକ୍ଷା ସେହିଠାରେ ସଂପୂର୍ଣ୍ଣ ହୋଇଥିଲା । ସେ ୨୦୦୫ ମସିହାରେ ନିଜ ଅଭିନୟ ଜଗତର ଆରମ୍ଭ କରିଥିଲେ । ତାଙ୍କୁ ନିଜର ପ୍ରକୃତ ନାମ ମିଳିଥିଲା ଜି’ ଟିଭିର ଫେମସ ସୋ “କସମ ସେ” ଠାରୁ । ଏହି ସିରିୟଲରେ ସେ ବିଦ୍ୟାବାଳିର କିରଦାର ନିଭାଇଥିଲେ ।

ଏହି ଦମଦାର ଚରିତ୍ରର ଆକଟିଂ କରି ସେ ବହୁତ ଲୋକ ପ୍ରିୟ ହେଇଗଲେ ଯାହା ଫଳରେ ତାଙ୍କୁ ବହୁତ ଗୁଡିଏ ସିରିୟଲରେ ଆକଟିଂ କରିବାକୁ ସୁଯୋଗ ମିଳିଲା । ଯେଉଁଥିରୁ “ଭାରତର ବୀର ପୁତ୍ର ମହାରଣା ପ୍ରତାବ”, “ବଡେ ଅଛେ ଲଗତେ ହେଁ”, “ପବିତ୍ର ରିସ୍ତା”,”ଉତ୍ତରଣ” ଏବଂ “ସାଥ ନିଭାନା ସାଥୀୟା” ଭଳି ସିରିୟଲ ବେସ ପ୍ରସିଦ୍ଧ । ଏହିସବୁ ସିରିୟଲରେ ସେ କେତେକ ନେଗେଟିଭ କିରଦାର ନିଭାଇଲା ବେଳେ କେତେକ ପଜେଟିଭ କିରଦାର ମଧ୍ୟ ନିଭାଇଛନ୍ତି ।

ସେ ଏହି ଦୁଇଟି କିରଦାରରେ ଦର୍ଶକଙ୍କ ହୃଦୟରେ ନିଜର ଛାପ ଛାଡିବାରେ ସଫଳ ହୋଇଛନ୍ତି । ବର୍ତମାନ ସେ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି । ପ୍ରିୟାଙ୍କୁ ଶେଷ ଥର ୨୦୧୮ ରେ “କୋନ ହେ “ଦ ସ୍ପିରିଟ ଓଫ କମଲିରେ” ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ତାଙ୍କ ସ୍ଵାମୀ ତଥା ପିଲାଙ୍କ ବିଷୟରେ, ବନ୍ଧୁଗଣ ତାଙ୍କ ପତି ଅର୍ଥାତ ସ୍ବାମୀଙ୍କ ନାମ “ଶାନ୍ତନୁ ମୋଘେ” ଅଟେ ଯେ କି ପେସା ରେ ଜେନ ଅଭିନେତା ଅଟନ୍ତି । ସେ ମରାଠୀ ଫିଲ୍ମରେ କମ କରନ୍ତି । ତାଙ୍କ ଚଳଚିତ୍ର ହେଉଛି “ସ୍ଵୋରାଜ”,”ରକ୍ଷକ”,”ସମ୍ଭାଜ୍ୟସୁର” ଏବଂ ବହୁତ ଚଳଚିତ୍ର ମାନ କରିଛନ୍ତି ।

ବନ୍ଧୁଗଣ ଯଦି ଉଭୟଙ୍କ ଲଭ ଲାଇଫ ବିଷୟରେ କହିବାକୁ ଯିବା ତେବେ ଉଭୟଙ୍କ ପରିଚୟ ତାଙ୍କର ଅତି ଆପଣାର ବନ୍ଧୁଙ୍କ ଜରିଆରେ ହୋଇଥିଲା । ଉଭୟ ଦୁହେଁ କୌଣସି ଏକ ପାର୍ଟିକୁ ଯାଇଥିଲେ ସେଠି ଉଭୟଙ୍କ କଥା ବାର୍ତା ତାଙ୍କର ଜଣେ ବନ୍ଧୁ ମାଧ୍ୟମରୁ ହୋଇଥିଲା । ଏହି ଦୁଇଜଣଙ୍କୁ କଥା ହେବା ଏତେ ଭଲ ଲାଗୁଥିଲା ଯେ, ସେମାନେ ଘଣ୍ଟା ଘଣ୍ଟା ପରସ୍ପର ସହିତ କଥାବାର୍ତା କରୁଥିଲେ ।

ସେମାନେ କିଛି ସମୟ ଧରି ପରସ୍ପରକୁ ଡେଟ କଲେ ଏବଂ ୨୦୧୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ବର୍ତମାନ ଉଭୟଙ୍କ ମଧ୍ୟରେ ଅତୁଟ ସମ୍ପର୍କ ରହିଅଛି ଏବଂ ମୁମ୍ବାଇରେ ଦୁହେଁ ଆନନ୍ଦର ସହିତ ଜୀବନ ଜାପାନ କରୁଛନ୍ତି । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ, ତେବେ ଦୟାକରି ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *